Posts

ସବିତାଦୁର୍ଗ ଦ୍ଵାରା ଆଲୋକ କବିତା ଆସର

Image
ପବିତ୍ର ଆଲୋକ ପର୍ବରେ ଅନଲାଇନ୍ କବିତା ଆସର ପରିବାର, ସବିତାଦୁର୍ଗ ତରଫରୁ ସ୍ୱତନ୍ତ୍ର ଆଲୋକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ବିପିନ୍ ବିହାରୀ ଦଳେଇଙ୍କ ସଭାପତିତ୍ଵରେ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋକର ପର୍ବ ଦୀପାବଳୀ ଉପରେ ସୂକ୍ଷ୍ମ ଆଲୋଚନା ଚକ୍ର ଓ ପରେ ବିଭିନ୍ନ ପ୍ରାନ୍ତ ଓ ପ୍ରଦେଶରୁ ଯୋଗଦେଇଥିବା କବି କବୟିତ୍ରୀମାନେ କବିତା ଆବୃତ୍ତି କରିଥିଲେ । ଶିକ୍ଷକ ଧନେଶ୍ୱର ମଣ୍ଡଳ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ସୁଦୂର ହାଇଦ୍ରାବାଦର ସମ୍ଭାବନା ପତ୍ରିକାର ସମ୍ପାଦିକା ଶ୍ରୀମତୀ ରାଜଶ୍ରୀ ବେହେରା କାର୍ଯ୍ୟକ୍ରମକୁ ସଫଳଭାବେ ସଂଯୋଜନା କରିଥିଲେ । ଆବାହକ ଅଭିନବ ପଟ୍ଟନାୟକ ପୂର୍ଣ୍ଣ ସହଯୋଗ କରିଥିଲେ । ବିଭିନ୍ନ ରାଜ୍ୟରୁ କବି ଓ କବୟିତ୍ରୀଙ୍କ ଯୋଗଦାନ ଆସରର ଶୋଭା ବୃଦ୍ଧି କରିଥିଲା । ସବିତାଦୁର୍ଗର ସଂଚାଳକ ଶ୍ରୀମାନ୍ ସୁଦୀପ୍ତ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

ଲଣ୍ଠନ...

Image
***** ଲଣ୍ଠନ ***** ଲଣ୍ଠନ ଜଳୁଛି ଦପ୍ ଦପ୍ ଲିଭିବାକୁ ଦେବିନି କେବେ କିରୋସିନି ଦେଇ ଜାଳୁଥିବି ସବୁବେଳେ l ଜାଳୁଥିବି ମୁଁ ଜାଳୁଥିବି  କିରୋସିନି ଦେଇ ଜାଳୁଥିବି କାହିଁକି ଜାଣ ? ଲଣ୍ଠନ ଜଳୁଛି ଘରେ ଉଜ୍ୱଳ କରୁଛି ନାହିଁ ତା ମନେ ଛନ୍ଦ କପଟ କାହାକୁ ଆଲୋକ ଦେଇ  କାହାକୁ ଅନ୍ଧାର କରିବ କିଏ କଣ କହିଲା ନାହିଁ ମନେ ଦ୍ଵନ୍ଦ୍ଵ l ଚୁପ୍ ଚାପ୍ ଜଳୁଛି ନ ରଖି ମନେ ଭୟ ଆସିଲେ ପବନ ଲିଭିନି ପୁଣି ସାହସୀ ହୋଇ ଠିଆ ହୋଇଛି ସିଏ l ସଳିତା ଟିକେ କିରୋସିନି ବୁନ୍ଦେ ଏତିକିରେ ଉଜାଲା କରୁଛି ସିଏ ଅଛି ଆମ ପାଖେ ହାତ ଗୋଡ ଆଖି କାନ ବୁଝିବାର ଶକ୍ତି  ହେଲେ ଆମେ ଅହଙ୍କାର ଗର୍ବେ କପଟେ ଦେଉଛୁ ସମସ୍ତଙ୍କୁ ଛାଡି ନ ପାରୁଛୁ କିଛି ଉନ୍ନତି କରି ସ୍ନେହ ମମତାରେ ନିଜର କରି l ✍️ଡିଲେଶ୍ୱରୀ ମେହର ବିଜେପୁର, ବରଗଡ଼

ମୁନୁଷ୍ ଜୀଵନ୍ . . .

ମୁନୁଷ ଜୀବନ ______________ ମୁନୁଷ ଜୀବନ ବଢେ କଲବଲ ଛୁଆ ବୁଢ଼ା ବେଲେ ଜନା ପଡସି ଯୁବା ବଏସେ ମଲ୍ଲି ଫୁଲ ଫୁଲ ବାସସି ରାଏତ ଦିନ ଗୁଟେ କରି ସବକର ଲାଗି ଖଟସି ବୁଢ଼ା ହେଇଗଲେ ଖଟ ଧରିକି ମେଢ଼ିଶାଲେ ଶୁଇସି । ବୁଢ଼ା ବେଲେ ଜର ଋଗ୍ ଖାନ୍ସି ବିମାର ଧରସନ ଆମର ଆଡେ ଇ ରୁଗକେ ଭାଇ ବୁଢ଼ାରୁଗ ବଲସନ । ସବୁ ପିଲାକେ କରୁଛେ ନିବେଦନ ରଖବ୍ ମୋର କଥା ବୁଢ଼ା ବୁଆ ମା କି ଦାଦାକେ ନାନିକେ ନି ଦେବ ହେନତା ବ୍ୟଥା।                                        ଅଭିନବ ପଟ୍ଟନାୟକ ବୌଦ୍ଧ

ନିଖୋଜ ହୃଦୟ. . .

ନିଖୋଜ ହୃଦୟ ---------------- ପହିଲି ବସନ୍ତେ ପହିଲି ପହରେ ଯେବେ ମୁ ତତେ ଦେଖିଲି ସେଇଦିନଠୁ ମୁ ପ୍ରେମରେ ପଡ଼ିଲି ଦେଇଥିଲୁ କଥା ହେବୁ ସାଥୀ ମୋର ହୃଦୟୁ ମୁ ଭଲ ପାଇଲି ଭଲ ପାଇଲି ବୋଲି ତ ହୃଦୟ ଦେଲି କାହିଁକି କେଜାଣି କାଳବୈଶାଖି ଆସିଲା  ସେଇ ଝଡେ ତୁ ହଜିଗଲୁ ପ୍ରିୟା ହୃଦୟ ମୋ ହଜିଗଲା । ପୁଅ ପଚାରୁଚି ମୋତେ ବାପା ତମ ହୃଦୟ କୁଆଡେ ଗଲା । ମୁଁ ପଚାରିଲି ତାକୁ ତତେ କିଏ ଏକଥା କହିଲା ପୁଅ କହେ ମୁରୁକି ହସି ମା ମତେ ଏକଥା କହିଲା । ଆଜିଠୁ ବାଇଶ ବରଷ ତଳେ ତମ ହୃଦୟ ହଜିଗଲା । ପୁଅ କଥା ଶୁଣି ସେ କଥା ମନେ ପଡ଼ିଲା  ପୁଅ କହେ ବାପା ଚାଲ ତମ ହୃଦୟ ଖୋଜିବା ଭଲା ।                                      ଅଭିନବ ପଟ୍ଟନାୟକ ,ବୌଦ୍ଧ

ସେଇ ପତଳା ପାନଡବା

ସେଇ ପତଳା ପାନଡବା ------------------------------ ଜେଜିମା' ପାନ ଭାଙ୍ଗେ ବସି , ବାପା ଯିବେ କଟକ ଅଫିସ୍ । ଜେଜିମା' ପାନକୁଟାରେ  ନିଜ ପାଇଁ ପାନଛେଚି  ପାଟିରେ ପକାଏ ,  ବାପାଙ୍କ ପାନଭଙ୍ଗାରେ ଧ୍ୟାନ ଦେଇଥାଏ । ଜେଜିମା' ଜେଜେବାପାଙ୍କ ସୁଦାମ କେତକୀ ଧୂଳିଗୁଣ୍ଡି ପାନ, ବାପାଙ୍କର ଗୋପାଳ ଡିଲକ୍ସ ଜାଫ୍ରାନ ସକାଳର ବାଡ଼ିକାମ କେଉଁ ଦିନ ଖେତକାମ ସବୁସାରି ସାଇକେଲ ଧରି , ବାପା ଫେରିଥା'ନ୍ତି ସଫେଇ କେନାଲରୁ  ପ୍ରାତଃସ୍ନାନ ସାରି । ଘରେ ସମସ୍ତେ ବ୍ୟସ୍ତ , ସମୟ ବା କେତେ ହୋଇଥିବ ? ସାଢ଼େ ଆଠ କି ନଅଟା ବାଜିବ  , ଠିକ୍ ସାଢ଼େ ନଅଟା ବେଳକୁ ସପ୍ତାହରେ ଛଅଦିନ ବାପାଙ୍କର ଏମିତିକା ଗସ୍ତ । ଠିକ୍ ନଅଟା ବେଳକୁ ଆମେ ସବୁ ଭାଇ ଦୁଃଖୀନାନୀ ଘରୁ ସକାଳ ପଢ଼ାସାରି ତରତର ଭାବ ,ଉତ୍ସାହିତ ମନ , କୂଅମୂଳେ ଡବଡବ ପାଣିଢାଳି ହୋଇ ବାପାଙ୍କ ସାଙ୍ଗେ ଗୋଟିଏ ଥାଳିରେ  ଗରମ ଖାଇବାକୁ ବସୁ ଯେ ବହନ । ସ୍ୱର୍ଗୀୟ ଆନନ୍ଦ , ସବୁ ରୁଚିକର , ନାହିଁ ଭଲମନ୍ଦ । ଆମେ ସ୍କୁଲ୍ ବାହାରୁ ଧୋତି ପଞ୍ଜାବି ପିନ୍ଧି ବାପା ବାହାରନ୍ତି , ଗେହ୍ଲାରେ ଚିବୁକକୁ ଧରି ବୋଉ ନାହିଁ ବୋଲି ଶିଙ୍ଗପାନିଆରେ  ଆମ ମୁଣ୍ଡ କୁଣ୍ଡାଇ ଦିଅନ୍ତି , ଭଲ ପଢ଼ିବାକୁ ଉପଦେଶ ଦେଇ ଅଫିସ ଯାଆନ୍ତି । ଜେଜିମା' ପାନଡବା ଦିଏ, ସେ ପତଳା ଡବାଟିରେ ପତଳା ଚୂନ , ଅଳ୍ପ ଖଇର କେଇଖଣ୍ଡ ଗୁଆ , ଡିଲକ୍ସର ଛଅଖଣ୍ଡ ପାନ ସଜାହୋଇ ଥାଏ  । ଓ...

ସାଏରୀ

Image

ଦଇବ ଖେଳୁଛି ଖେଳ . . .

ଦଇବ ଖେଳୁଛି ଖେଳ,,,,       +++++±+ ଦଇବ ଖେଳୁଛି ଖେଳ ରେ     ଦଇବ ଖେଳୁଛି ଖେଳ କା ଦିନ ବିତୁଛି କ୍ଷୀରି ଖେଚୁଡ଼ି ରେ କାହାକୁ ନ ମିଳେ         ଶାଗ ପଖାଳ। ଦଇବ ଖେଳୁଛି ,,,,,,,,,, ମଖମଲ୍ ଶେଜେ କା ରାତି ବିତୁଛି   ଆଉ କାହା ରାତି ଶୀତ କାକର ରେ କା ଦେହ ଶୋହୁଚି ରେଶମୀ ପୋଷାକେ ଆଉ କାହା ଦେହ ଛିଣ୍ଡା କପଡା ରେ  ହେ ବିଶ୍ଵ ବିହାରୀ  କି ଲୀଳା ତୋହରି ଦେଖିଲେ ଲାଗେ ବିକଳ।    ଦଇବ ଖେଳୁଛି ଖେଳ,,,,,, ସତ ପଥେ ଗଲେ ମିଳୁଛି ଆଘାତ ମିଛୁଆ ଙ୍କ ଏଠି ଚାଲିଛି ରାଜତ୍ଵ ଦିନ ରାତି ଖଟି କା ପେଟ ପୁରୁନି ଏକି ନ୍ୟାୟ ପ୍ରଭୁ ବୁଝି   ବୁଝି ମୁଁ ପାରୁନି ଭେଦଭାବ ଭରା ପାଚେରୀ କୁ ବିଭୁ    ଭାଙ୍ଗି ଦିଅନ୍ତୁ ଚଞ୍ଚଳ।   ଦଇବ ଖେଳୁଛି ଖେଳ,,,,        ,####### ବିଜୟ କୁମାର ସ୍ବାଇଁ   ପ୍ରଧାନ ପଡା କଟକ।

ବାପା ହେ. . . .

*ହୃଦୟସ୍ପର୍ଶୀ କଥା ଟିଏ*   *ବାପା ହେ.... ଦାଶ ବାବୁ ନିଜ ପରିବାର ଫୋଟ ଟିଏ ବନ୍ଧେଇ ଆଣି ଘର କାନ୍ଥରେ  ମାରିଲେ ଯେଉଁ ଥିରେ ଦାଶବାବୁ,, ସ୍ତ୍ରୀ,ପୁଅ,ଓ ଝିଅ ର ଫୋଟ ଥିଲା ଘରେ ସମସ୍ତେ ଫୋଟ ଟିକୁ ଦେଖି ଖୁସିହେଲେ... ହଠାତ ପୁଅ ପ୍ରଶ୍ନ ଟିଏ କଲା ବାପା ଏ ଫୋଟରେ  ଜେଜେବାପା ଓ ଜେଜି ମାଆ କାହିଁକି ନାହାଁନ୍ତି ...? ଦାଶବାବୁ ପୁଅକୁ ବୁଝେଇ କହିଲେ ଆରେ ପାଗଳ ଏଇଟା ପରା  ଆମ ପରିବାରର ଫୋଟ.... ପୁଅ ବାପାଙ୍କୁ କହିଲା ଭଲ ହେଲା ବାପା ମୋତେ ବୁଝେଇ ଦେଲ ମୁଁ ଯାହା ଜାଣି ନଥିଲି ଠିକ ଅଛି ବାପା ମନେରଖ ମୁଁ ବଡ଼ ହେଲେ ଜମା ବାହା ହେବିନାହିଁ ବୁଢା ହୋଇ ମରିଯିବି ପଛେ ଦାଶବାବୁ ଆଶ୍ଚର୍ଯ୍ୟ ହୋଇଗଲେ ପୁଅକୁ କହିଲେ ଆରେ ବାପ  ଏ ଫୋଟ ସହିତ ତୋର ବାହାଘର କଣ ସମ୍ପର୍କ... ବଡ଼ ହେଲେ ବାହା ହେବୁନାହିଁ କହୁଛୁ ପୁଅ କହିଲା ବାପା  ମୁଁ ମୋ ବାପା ମାଆଙ୍କୁ ବହୁତ ଭଲ ପାଏ ବାପା ମାଆ ମୋ ପାଇଁ ସବୁକିଛି ଯେଉଁ ପରିବାର ରେ  ବାପା ମାଆ ଙ୍କର ସ୍ଥାନ ନାହିଁ ମୋତେ ସେମିତି ପରିବାର ଲୋଡାନାହିଁ ମୁଁ ବଡ଼ ହୋଇ ବାହାହେଲେ  ମୋର ବି ଗୋଟେ ପରିବାର ହେଇଯିବ ଆଉ ସେ ପରିବାର ରେ ତୁମର ସ୍ଥାନ ନଥିବ ଏଇ ଯେମିତି ତୁମ ପରିବାରରେ ତୁମ ବାପା ମାଆ ଙ୍କରସ୍ଥାନ ନାହିଁ ଦାଶବାବୁ ପୁଅର କଥା ଶୁଣି ଏକ ହରାହୁଆ ସୈନିକ ଭଳି ଛିଡା ହୋଇଥିଲେ...... *ଜୟପୁର, କୋରାପୁଟ......* ନିରଞ୍ଜନ ସାହୁ

ଖାସ୍ ତୁମ ପାଇଁ ପ୍ରିୟା . . .

ଖାସ୍ ତୁମ ପାଇଁ ପ୍ରିୟା     🌹🌹🌹🌹 ତୁମ ପାଇଁ ଭୁଲିଛି ଦୁନିଆ    ଯେବେ ଅଙ୍ଗ ସଙ୍ଗ ଲଭିଲି ତୁମ ଓଠ ହସ କଲା ମୋତେ ବଶ   ଯେବେ ତୁମ ଦେଖା ପାଇଲି। ଦୁରେ ଥାଇ ତୁମେ ପାଖେ ଅଛ ବୋଲି   ଲାଗେ ମୋତେ ଭାରି ଭଲ ଖିଲି ଖିଲି ହସ ତୁମ ଓଠୁଁ ଶୁଣି   ଦୂର ହୁଏ ଅବଶୋଷ। ତୁମ ସଂଗେ ଥରେ କଥା ହେଲେ ପ୍ରିୟା    ସବୁ ଦୁଃଖ ଭୁଲି ଯାଏ ତୁମ ଅଙ୍ଗ ସଙ୍ଗ ପାଇ ବାକୁ ପ୍ରିୟା    ମନ ମୋ ଉଚ୍ଛନ୍ନ ହୁଏ। କଥା ଦିଅ ପ୍ରିୟା ଭୁଲିବନି ମୋତେ  ରହିଥିବ ପାଶେ ମୋର ତୁମକୁ ପାଇଲେ ସବୁ ଦୁଃଖ ଶୋକ      ଦୂର ହେବ ଜୀବନର।          🌹🌹🌹🌹🌿 ବିଜୟ କୁମାର ସ୍ବାଇଁ      ପ୍ରଧାନ ପଡା          କଟକ।

**ଅହଂତ୍ବ (2)**

*******ଅହଂତ୍ବ (2)*******           *********** ମୁହଁ ଖୋଲି ଦିନେ କହିଲି ଗୁରୁଙ୍କୁ "ବିଚିତ୍ର ଦୁନିଆଁ ଇଏ ମନ୍ଦିରଟିଏ ମୁଁ  ଗଢିଲି ଗାଆଁରେ କିଛି ଦେଇ ନାହିଁ କିଏ।  ଗାଆଁ ଲୋକେ ଏଠି ମୋତେ ପଚାରନ୍ତି  ଯେବେ ବି କରନ୍ତି ଯାହା  ମୋହ ଠାରୁ କିଛି  ସାହାଯ୍ଯ ନେବାକୁ ଖୋଜୁଥାନ୍ତି ସିଏ ରାହା।  ମନ୍ଦିରର କାମ ସରିଗଲା ଏବେ ଠାକୁର ପାଆନ୍ତି ପୂଜା  କେଉଁଥିରେ କିଛି ମୋଅ ନାଆଁ ନାହିଁ  ଗାଆଁ ଲୋକେ ଏବେ ରାଜା।  ହସି ଦେଇ ଗୁରୁ କହିଥିଲେ ମୋତେ "ଠାକୁରଂକ ଇଏ କାମ ତୁ କାହିଁ ଭାବୁଛୁ ତୁ କରିଛୁ ବୋଲି ରହିବ ତୋହର ନାମ???  ନିଜ କାମ ନିଜେ  ଠାକୁର କରିଲେ ତୋ ହାତରେ ଦେଇ ଅର୍ଥ  ଭାବି ନେଲୁ ତୁହି ଏହି କାର୍ଯ୍ଯେ ତୋର ପ୍ରତିପତ୍ତି ଆଉ ସ୍ବାର୍ଥ।"  " ମୋହ ପଇସାରେ ମୁଉଁ କରିଥିଲି ଆଉ କହିବୁନି କେବେ କହିବୁ କେବେ ବି କିଛି କରି ନାହିଁ  ଯିଏ ପଚାରିବ ଯେବେ। " ***************** ଅକ୍ଷୟ ମହାନ୍ତି। ନିର୍ମାଲ୍ଯ  ମୋ ନଂ 9937462507

ନମୋ ବରଦା ବାଗ୍ଦେବୀ

🌹🌹🌹🌹🌹🌹🌹🌹🌹🌹🌹🌹 ନମୋ ବରଦା ବାଗ୍ଦେବୀ 🌹🌹🌹🌹🌹🌹🌹🌹🌹🌹🌹 ନମୋ ବାଗ୍ଦେବୀ ବୀଣାପାଣି ମା ସରସ୍ବତୀ ଜ୍ଞାନ ପ୍ରଦାୟିନୀ  ମାଘ ଶ୍ରୀପଞ୍ଚମୀ ତିଥିରେ ଶୁଭ୍ର ବସ୍ତ୍ରେ ବିରାଜ ମା ହଂସ ବାହିନୀ ବୀଣାପାଣି ତୁମ କରୁଣାର ବଳେ ମଣିଷ ଗୁଣୀ ଜ୍ଞାନୀ ହୁଏ ମୋ ଅଜ୍ଞାନ ଅନ୍ଧାରକୁ ଦୂର କର ମା ମୁଁ ଉତ୍ତମ ଶିକ୍ଷା ପାଏ  ମୋ ଅଜ୍ଞାନ ଅନ୍ଧାରକୁ ଦେ ମା ଆଲୋକ ବିଦ୍ୟା ଓ ବୁଦ୍ଧିର  ମାଗୁଛି ଆଶିଷ ମା ସର୍ବ ଦୁଃଖୀ ଜନ ମନୋବାଞ୍ଛା ପୂର୍ଣ୍ଣ କର  🌹🌹🌹🌹🌹🌹🌹🌹🌹🌹🌹🌹🌹 ଚିତ୍ତ ରଞ୍ଜନ ନନ୍ଦ ଜଗତପୁର, କଟକ

ସତ୍ୟାମୃତ କୁମ୍ଭ. . .

*ସତ୍ୟାମୃତ କୁମ୍ଭ* ସତ୍ୟ ର ଆଶ୍ରୟ    ପ୍ରିୟରେ ଅପ୍ରିୟ,        ସେ ତ ନିମ ପରି ପିତା । ଆଗ୍ରହ ସ୍ଵଗୃହ        ମିଳନ  ନିଳୟ ,        ଉଚିତ     ପଥ ର ଚିନ୍ତା। କଟିଯାଉ  ଶିର    ଫାଟିଯାଉ ମଥା,        ସତ୍ୟର ପ୍ରକାଶ କରି। ସ୍ଵାର୍ଥର ବଳି ରେ ଆତ୍ମ ବିଲୋକନ,       ସଂଘର୍ଷ ପଥରେ ଚରି। ଏଇ ଉଦ୍ ଘୋଷ    ଉତ୍ସାହ ବର୍ଦ୍ଧକ,       ଆଶା ଆକାଶରେ ଦେଖି। ସରିନି ସାରିନି     ସତ୍ୟାମୃତ କୁମ୍ଭ,     ହୃଦୟେରେ ନେବା ଚାଖି। ©️ ସେବକ ବସନ୍ତ କୁମାର ମହାପାତ୍ର।

ବାସ୍ତବବାଦୀ

ବାସ୍ତବବାଦୀ:   ସୁଶାନ୍ତ ସାନବଡ, ଓଡ଼ଗାଁ *************** ଯିଏ  ନିଜ ଭିତରେ ନିଜ ଭୁଲ ଦେଖୀ ପାରିନଥାଏ।  ସେ ଅନ୍ୟର ଭୁଲ ଛଡା ଆଉ କିଛି ଦେଖା ପାରେ ନାହିଁ।  ଭଲ ପାଇବା , ବିଶ୍ୱାସ,  ବନ୍ଧୁତା,  ସମ୍ପକ ସମସ୍ତଙ୍କ ଉପରେ ରଖ କିନ୍ତୁ ଭରସା କେବଳ ମହାଦେବ ଆଉ  ନିଜ ଉପରେ ରଖ । ଦେଖିବ ଦୁନିଆ ସୁନ୍ଦର ଲାଗିବା ସହ ବହୁତ ଖୁସିରେ ରହିବା। କାରଣ ସମୟ ....ସହ .... ବଦଳି ଯାଇଥାନ୍ତି ସେମାନେ ଯେଉଁମାନେ ତୁମକୁ ନିଜର ଲାଗନ୍ତି । ଦୁଃଖ ସେଇଠି ନ ଥାଏ କିଏ ବଦଳି ଗଲେ ।ଦୁଃଖ ତ ଏତିକି ବଦଳିବା ଲୋକ ସବୁବେଳେ ଦୋଷ ଅନ୍ୟକୁ ଦେଇ ନିଜ ଦୋଷ କୁ ଘୋଡାଇ ଥାଆନ୍ତି।

କଣ ଲେଖିବି??

କଣ ଲେଖିବି ?    ନିର୍ମଳ ନାୟକ  (କବିତା ) **********  କାଶ୍ମୀର ଠୁଁ କନ୍ୟାକୁମାରୀ ଯାଏ..  ଗୁଜୁରାଟ ଠୁଁ  ଆସାମ ସୀମା ଯାଏ..  ଉତୁଙ୍ଗ ହିମାଳୟ ଠୁଁ ହିନ୍ଦ ସାଗର ଯାଏ..  ବଙ୍ଗୋପ ସାଗର ଠୁଁ ଆରବ ସାଗର ଯାଏ..  ମୋ ଜନ୍ମଭୂମି,କର୍ମ ଭୂମି,ମୋ ମାତୃଭୂମି !!  ଆମ୍ଭେ ଭାରତ ମାତା ର ଅମୃତ ସନ୍ତାନ...  ସଭିଏଁ  ନିଜ ନିଜ କାର୍ଯ୍ୟ ରେ ଅତି ମଗ୍ନ..  ଚାଲ ସମସ୍ତେ ମିଶି ମାତୃଭୂମି କରି ନମନ..  ତାଙ୍କ ସେବାରେ  ଜୀବନ ଦେଇ ବଳିଦାନ..  ସମାଜରେ  ଦରକାର ଜରୁରୀ ପରିବର୍ତ୍ତନ !!  ଦୀନ, ଦରିଦ୍ର, ଜନ ଙ୍କ ସେବାରେ ଦିଅ ମନ..  ଜନ ସେବା ହିଁ  ଈଶ୍ୱରଙ୍କ ସେବା ରହେ ଧ୍ୟାନ..  ମା ଙ୍କ ଚରଣେ ଉତ୍ସର୍ଗୀକୃତ ତନୁ, ମନ, ଧନ..  ସର୍ବ ଅସାମାଜିକ ତତ୍ୱଙ୍କ ହେଉ ମୂଳ ଉତ୍ପାଟନ..  ସୁଖ,ଶାନ୍ତି,ପୁର୍ଣ ହେଉ ଦେଶରେ ଏହି ସପନ !!  ହିଂସା, ଦ୍ୱେଷ, ପରଶ୍ରୀକାତର, ଦେଶୁ ଦୂର ହେଉ..  ସୁନା ର ଭାରତ  ମୋର ଏହିପରି ସଦା ହସୁଥାଉ..  ଶାନ୍ତି, ମୈତ୍ରୀ, ପ୍ରୀତି ର କପୋତ ସଦା ଉଡୁଥାଉ..  ଦୁଃଖ,ଅଭାବ, ଅନାଟନ, ଦେଶୁ କୋଷେ ଦୂରଯାଉ..  ଉର୍ନତି,ପ୍ରଗତି,ମାତୃଭୂମି ମାଆ ର ମୂଳ ମନ୍ତ୍ରହେଉ !!  ଦୁନିଆରେ ମୋ ଦେଶର ନା ସର୍ବାଗ୍ରେ ରହିଥାଉ...  ସୁରକ୍ଷିତ...

ଚୋର

***** ଚୋର ***** ଦେଖିଲେ ଚୋରକୁ        ଜାଣିତ ହୁଏନି       ଲାଗେ ସେତ ଭଦ୍ର ପରି  କଥାରେ କଥାରେ       ମନ ଚୋରିକରେ        ବୁଝି ନ,ପାର କିପରି ।।  ଥିଲା ସେ କେଉଁଠି      ଦେଖାହେଲା କେଵେ       ଲାଗେ ସେ କାହାଣୀ ପରି  ଅଳପ ଦେଖାରେ       ଟିକିଏ ହସରେ      ନେଲା ମନ ଚୋରି କରି ।। ଟଙ୍କାସୁନା ସବୁ         ମୋ ପାଖରେ ଥିଲା       ତାକୁ,ସେ ଛୁଇଁଲା ନାହିଁ  ମନ ଚୋରିକରି       ନେଇଗଲା ସିଏ         ଝୁରି ମରେ ଏକା ମୁହିଁ ।। ବାପା ମାଆ ମୋତେ     ଜଗିରହି ଛନ୍ତି      କରିଦେବେ ବାହାଘର  ଚୋର ଘରେପଶି      ଚୋରିକଲା ମତେ      ଆଉ ମୁଁ ହେବି କାହାର ।। ଏମିତି ଚୋରକୁ        ଦୂରରୁ ଯୁହାର     କେତେ ହୀନିମାନ କଲା ସବୁକିଛି ମୋର      ଚୋରିକରି ନେଇ     ନିଶ୍ୱ ମତେ କରିଦେଲା ।। ଚୋରଟି ମୋହର     ଏମିତ...

ଗୋଲାପ ଫୁଲ. . . .

ଗୋଲାପ ଫୁଲର ପ୍ରତି ପାଖୁଡାରେ .....                  ତୁମ ପାଇଁ ଅଛି ପ୍ରେମ ; ସାଇତି ରଖିଛି ପ୍ରୀତି ହୃଦୟରେ .....                  ନିଜେ ହୋଇ ବଦନାମ ।। ଅଜଣା ବଂଧୁଟେ ସାଜି ତୁମ ମନେ .....                 ବାସ୍ନା ଖାଲି ଦେବି ଭରି ; ତୁମରି ପ୍ରେମରେ ପ୍ରେମିକଟେ ସାଜି .....                  ଖୁସିରେବି ଯିବି ମରି ।।      ❤ସର୍ବେଶ୍ବର ସାହୁ❤ 🇮🇳ଧାମନଗର-ଭଦ୍ରକ-ଓଡିଶା🇮🇳 

ଆସ ଯିବା ନନ୍ଦନକାନନ

🥀🥀ଆସ ଯିବା ନନ୍ଦନ କାନନ 🥀🥀       -------------------------------------------            (ପିଲା ମାନଙ୍କ ପାଇଁ ୭-୨-୨୧)         ସ୍କୁଲ ପିଲା ଦିନେ      କହିଲେ ଦିଦିଙ୍କୁ               ବୁଲିଯିବା ଗୋଟେ ଯାଗା         ଯେଉଁ ଠାରେ ଥିବେ  ବାଘ ଭାଲୁ ହାତୀ                ବେକରେ ନଥିବ ପଘା।।         ମାଧବ ରମିଆ          ଲତା ମିତା ରୀତା                ଶ୍ରେଣୀରେ ଯେତେକ ପିଲା         ନିଜ ନିଜ ଘରେ        ପିତା-ମାତା ପାଖେ                    ଲଗାଇ କଜିଆ ପାଲା।।         ରବିବାର ହେଲା         ଆନନ୍ଦରେ ପିଲେ                   ନନ୍ଦନ କାନନ ଗଲେ         ଚିଡିଆ ଖାନାରେ      ଜଙ୍ଗଲ...

କାହିଁକି???

***** କାହିଁକି *****  ବଦଳି ଗଲାଣି     ଋତୁ ଚକ୍ର ଏଠି     ବଦଳେ ପକୃତି ସ୍ୱଭାବ  କାହିଁକି ଲାଗୁଛି      ଦୁଃଖ ସହି ସହି      ଭାଙ୍ଗିଲା,ତା ମନର ଭାବ ।। ବଦଳି ଯାଉଛି       ମଣିଷ ସ୍ୱଭାବ     ସେ ହୋଇଅଛି ସ୍ୱାର୍ଥ ପର  ଜାଣି ପାରୁନାହିଁ      ନିଜର ଗୋଡ଼କୁ     କରୁଛି ନିର୍ମମ ପ୍ରହାର    ।। ମନ୍ଦିର ତୋଳିଲେ     ଭକ୍ତି ନମିଳଇ           ଭକ୍ତି ରହିଥାଏ ଅନ୍ତରେ  କାହିଁକି ଲାଗିଛି        ଧର୍ମଯୁଧ୍ୟ ଏଠି      କିଏ ଦେଖିଛ  କୁହ ଥରେ ।। ଶାସ୍ୱତ ପ୍ରେମର         ବିଲୟ ହୁଏନି       ଥାଏ ସେ ଅନ୍ତର ଭିତରେ  ହଜାର ହଜାର         ପ୍ରେମର କାହାଣି       ଭାଙ୍ଗିଯାଏ ପଦେ କଥାରେ  ନିଜର ସଂସୃତି        ଭୁଲିତ ଗଲେଣି      କହିବା ପାଇଁ ଲାଜ ଲାଗେ  କଥାସେ ହୁଅନ୍ତି      ବିଦେଶୀ ଭାଷାରେ      ବିଦେଶୀ ସଂସ...

ମୋ ଗାଆଁ ନଈ

Image
ମୋ ଗାଆଁ ନଈ. . ସୁଦୀପ୍ତ କୁମାର ପଣ୍ଡା, ସରସରା, ବୌଦ୍ଧ ମୋ.ନଂ-୮୬୫୮୩୮୬୫୧୪ ମୋ ଗାଆଁ ନଈ ସଞ୍ଜ ଆସେ ନଇଁ ସମୟ ଯାଏ ଗଡ଼ି ଗୋଧୂଳି ଲଗନ ସମୟରେ ପ୍ରିୟା କାମକରେ ଅଣ୍ଟାଭିଡ଼ି । ତାକୁ ଦେଖିବା ବାହାନାରେ ସାଙ୍ଗ ହୁଏ ମୋ ଲୋଡ଼ା କଥା ହେବା ବାହାନାରେ ନଈ ତୀରେ ହୋଇଥାଏ ଛିଡ଼ା । ନୁହେଁ ମୋ ଆଶା ଆଣିବା ପାଇଁ ପାଣି ଇଚ୍ଛା ହୁଏ ଟିକେ ଦେଖିବାକୁ ଖାଲି ପ୍ରିୟା ଆଉ ତା' ଭଉଣୀ । ସେହିବାଟେ ପୁଣି ଫେରେ  କାଳେ ହୋଇଯିବ ଦେଖା ଆମ ଗାଁ ନଈ ତୋଟା ପାଖରେ ଛିଡ଼ା ହୋଇଥାଏ ମୋ ପ୍ରେମିକା । ପଛରୁ ଦେଖେ ଯେତେ ବାଟ ଦେଖିପାରେ ସେ ଯେତେ ଇଚ୍ଛା ହୁଏ ମନ ଖୋଲି କହିବାକୁ ଭଲପାଏ ତୋତେ କେତେ ।