ଖାସ୍ ତୁମ ପାଇଁ ପ୍ରିୟା . . .
ଖାସ୍ ତୁମ ପାଇଁ ପ୍ରିୟା
🌹🌹🌹🌹
ତୁମ ପାଇଁ ଭୁଲିଛି ଦୁନିଆ
ଯେବେ ଅଙ୍ଗ ସଙ୍ଗ ଲଭିଲି
ତୁମ ଓଠ ହସ କଲା ମୋତେ ବଶ
ଯେବେ ତୁମ ଦେଖା ପାଇଲି।
ଦୁରେ ଥାଇ ତୁମେ ପାଖେ ଅଛ ବୋଲି
ଲାଗେ ମୋତେ ଭାରି ଭଲ
ଖିଲି ଖିଲି ହସ ତୁମ ଓଠୁଁ ଶୁଣି
ଦୂର ହୁଏ ଅବଶୋଷ।
ତୁମ ସଂଗେ ଥରେ କଥା ହେଲେ ପ୍ରିୟା
ସବୁ ଦୁଃଖ ଭୁଲି ଯାଏ
ତୁମ ଅଙ୍ଗ ସଙ୍ଗ ପାଇ ବାକୁ ପ୍ରିୟା
ମନ ମୋ ଉଚ୍ଛନ୍ନ ହୁଏ।
କଥା ଦିଅ ପ୍ରିୟା ଭୁଲିବନି ମୋତେ
ରହିଥିବ ପାଶେ ମୋର
ତୁମକୁ ପାଇଲେ ସବୁ ଦୁଃଖ ଶୋକ
ଦୂର ହେବ ଜୀବନର।
🌹🌹🌹🌹🌿
ବିଜୟ କୁମାର ସ୍ବାଇଁ
ପ୍ରଧାନ ପଡା
କଟକ।
Comments
Post a Comment