Posts

Showing posts from January, 2021

ମୋ ଗାଆଁ ନଈ

Image
ମୋ ଗାଆଁ ନଈ. . ସୁଦୀପ୍ତ କୁମାର ପଣ୍ଡା, ସରସରା, ବୌଦ୍ଧ ମୋ.ନଂ-୮୬୫୮୩୮୬୫୧୪ ମୋ ଗାଆଁ ନଈ ସଞ୍ଜ ଆସେ ନଇଁ ସମୟ ଯାଏ ଗଡ଼ି ଗୋଧୂଳି ଲଗନ ସମୟରେ ପ୍ରିୟା କାମକରେ ଅଣ୍ଟାଭିଡ଼ି । ତାକୁ ଦେଖିବା ବାହାନାରେ ସାଙ୍ଗ ହୁଏ ମୋ ଲୋଡ଼ା କଥା ହେବା ବାହାନାରେ ନଈ ତୀରେ ହୋଇଥାଏ ଛିଡ଼ା । ନୁହେଁ ମୋ ଆଶା ଆଣିବା ପାଇଁ ପାଣି ଇଚ୍ଛା ହୁଏ ଟିକେ ଦେଖିବାକୁ ଖାଲି ପ୍ରିୟା ଆଉ ତା' ଭଉଣୀ । ସେହିବାଟେ ପୁଣି ଫେରେ  କାଳେ ହୋଇଯିବ ଦେଖା ଆମ ଗାଁ ନଈ ତୋଟା ପାଖରେ ଛିଡ଼ା ହୋଇଥାଏ ମୋ ପ୍ରେମିକା । ପଛରୁ ଦେଖେ ଯେତେ ବାଟ ଦେଖିପାରେ ସେ ଯେତେ ଇଚ୍ଛା ହୁଏ ମନ ଖୋଲି କହିବାକୁ ଭଲପାଏ ତୋତେ କେତେ ।