ମୋ ଗାଆଁ ନଈ

ମୋ ଗାଆଁ ନଈ. .

ସୁଦୀପ୍ତ କୁମାର ପଣ୍ଡା,
ସରସରା, ବୌଦ୍ଧ
ମୋ.ନଂ-୮୬୫୮୩୮୬୫୧୪

ମୋ ଗାଆଁ ନଈ ସଞ୍ଜ ଆସେ ନଇଁ
ସମୟ ଯାଏ ଗଡ଼ି
ଗୋଧୂଳି ଲଗନ ସମୟରେ
ପ୍ରିୟା କାମକରେ ଅଣ୍ଟାଭିଡ଼ି ।

ତାକୁ ଦେଖିବା ବାହାନାରେ
ସାଙ୍ଗ ହୁଏ ମୋ ଲୋଡ଼ା
କଥା ହେବା ବାହାନାରେ
ନଈ ତୀରେ ହୋଇଥାଏ ଛିଡ଼ା ।

ନୁହେଁ ମୋ ଆଶା ଆଣିବା ପାଇଁ ପାଣି
ଇଚ୍ଛା ହୁଏ ଟିକେ ଦେଖିବାକୁ ଖାଲି
ପ୍ରିୟା ଆଉ ତା' ଭଉଣୀ ।


ସେହିବାଟେ ପୁଣି ଫେରେ 
କାଳେ ହୋଇଯିବ ଦେଖା
ଆମ ଗାଁ ନଈ ତୋଟା ପାଖରେ
ଛିଡ଼ା ହୋଇଥାଏ ମୋ ପ୍ରେମିକା ।

ପଛରୁ ଦେଖେ ଯେତେ ବାଟ
ଦେଖିପାରେ ସେ ଯେତେ
ଇଚ୍ଛା ହୁଏ ମନ ଖୋଲି କହିବାକୁ
ଭଲପାଏ ତୋତେ କେତେ ।

Comments

Popular posts from this blog

ମୁନୁଷ୍ ଜୀଵନ୍ . . .

ସବିତାଦୁର୍ଗ ଦ୍ଵାରା ଆଲୋକ କବିତା ଆସର