ଆସ ଯିବା ନନ୍ଦନକାନନ
🥀🥀ଆସ ଯିବା ନନ୍ଦନ କାନନ 🥀🥀
-------------------------------------------
(ପିଲା ମାନଙ୍କ ପାଇଁ ୭-୨-୨୧)
ସ୍କୁଲ ପିଲା ଦିନେ କହିଲେ ଦିଦିଙ୍କୁ
ବୁଲିଯିବା ଗୋଟେ ଯାଗା
ଯେଉଁ ଠାରେ ଥିବେ ବାଘ ଭାଲୁ ହାତୀ
ବେକରେ ନଥିବ ପଘା।।
ମାଧବ ରମିଆ ଲତା ମିତା ରୀତା
ଶ୍ରେଣୀରେ ଯେତେକ ପିଲା
ନିଜ ନିଜ ଘରେ ପିତା-ମାତା ପାଖେ
ଲଗାଇ କଜିଆ ପାଲା।।
ରବିବାର ହେଲା ଆନନ୍ଦରେ ପିଲେ
ନନ୍ଦନ କାନନ ଗଲେ
ଚିଡିଆ ଖାନାରେ ଜଙ୍ଗଲ ମଧ୍ୟରେ
ବାଘ ସଫାରି ଵୁଲିଲେ।।
ମୟୁର ମୟୁରୀ ପାରା ଶୁଆ ଶାରୀ
ଭଳି ଭଳି ପକ୍ଷୀ ଯେତେ
ହୃଦ ଲାଖିଗଲା କପୋତ କପୋତି
ହଂସ ହଂସରାଳୀ କେତେ।।
ମନ ଦୁଃଖ ହେଲା ନୀଳ ଅମ୍ବରରେ
କେଡେ ଆନନ୍ଦ ମନରେ
ଉଡ଼ି ବୁଲୁଥିଲେ ରଙ୍ଗ ରଙ୍ଗିଲାରେ
ଏବେ ପିଞ୍ଜରା ଭିତରେ।।
ଜଳ ହସ୍ତୀ ଦେଖି ଆଚମ୍ବିତ ହେଲି
ଵୁଡୁ ଥିଲେ ଉଠୁ ଥିଲେ
ଓଟପକ୍ଷୀ ଆଉ ଦେଶ ବିଦେଶର
ପକ୍ଷୀ ରଙ୍ଗ ଵେରଙ୍ଗରେ।।
ମନ ଲାଖିଗଲା ଭଦ ଭଦଳିଆ
ବଢେଇ ବାଙ୍କ ସାରସେ
କଜଳ ପାତିଆ କୁମ୍ଭାଟୁଆ ଦେଖି
ଦେଖିଲୁ ମନ ହରସେ ।।
ବଡ଼ ଅଜଗର ତମ୍ପ ଚିତି ବୋଡ଼ା
ନାଗ କେତେ ପ୍ରକାରରେ
ଅଢେଇ କିଆରୀ ମଣିଚୁଳ ରଣା
ଢମଣା କି ବିଷଧରେ।।
ଛୋଟ ରେଳଗାଡ଼ି ଛୁକୁ ଛୁକୁ ହୋଇ
ଗଡିଗଲା ଲାଇନିରେ
କାଞ୍ଜିଆ ହ୍ରଦରେ ଡଙ୍ଗାରେ ଵସିଲୁ
ଭାସି ଚାଲିଲା ମଜାରେ।।
ଫେରିବାର ବେଳ ବେଳ ରତ ରତ
ବସିଲୁ ଯାଇ ଦୋଳିରେ
ହାତୀରେ ବସିଲୁ ବଡ଼ ମଜ୍ଜା କଲୁ
ମନ ରହିଲା ସ୍ମୃତିରେ।।
🎄🎄ଵସନ୍ତ କୁମାର ସାହୁ 🎄🎄
🎈🎈ଦେଉଳି🎈🎈
🍑🍑 ଖୋର୍ଦ୍ଧା 🍑🍑
Comments
Post a Comment