ଦଇବ ଖେଳୁଛି ଖେଳ . . .
ଦଇବ ଖେଳୁଛି ଖେଳ,,,, +++++±+ ଦଇବ ଖେଳୁଛି ଖେଳ ରେ ଦଇବ ଖେଳୁଛି ଖେଳ କା ଦିନ ବିତୁଛି କ୍ଷୀରି ଖେଚୁଡ଼ି ରେ କାହାକୁ ନ ମିଳେ ଶାଗ ପଖାଳ। ଦଇବ ଖେଳୁଛି ,,,,,,,,,, ମଖମଲ୍ ଶେଜେ କା ରାତି ବିତୁଛି ଆଉ କାହା ରାତି ଶୀତ କାକର ରେ କା ଦେହ ଶୋହୁଚି ରେଶମୀ ପୋଷାକେ ଆଉ କାହା ଦେହ ଛିଣ୍ଡା କପଡା ରେ ହେ ବିଶ୍ଵ ବିହାରୀ କି ଲୀଳା ତୋହରି ଦେଖିଲେ ଲାଗେ ବିକଳ। ଦଇବ ଖେଳୁଛି ଖେଳ,,,,,, ସତ ପଥେ ଗଲେ ମିଳୁଛି ଆଘାତ ମିଛୁଆ ଙ୍କ ଏଠି ଚାଲିଛି ରାଜତ୍ଵ ଦିନ ରାତି ଖଟି କା ପେଟ ପୁରୁନି ଏକି ନ୍ୟାୟ ପ୍ରଭୁ ବୁଝି ବୁଝି ମୁଁ ପାରୁନି ଭେଦଭାବ ଭରା ପାଚେରୀ କୁ ବିଭୁ ଭାଙ୍ଗି ଦିଅନ୍ତୁ ଚଞ୍ଚଳ। ଦଇବ ଖେଳୁଛି ଖେଳ,,,, ,####### ବିଜୟ କୁମାର ସ୍ବାଇଁ ପ୍ରଧାନ ପଡା କଟକ।