କାହିଁକି???

***** କାହିଁକି ***** 
ବଦଳି ଗଲାଣି     ଋତୁ ଚକ୍ର ଏଠି 
   ବଦଳେ ପକୃତି ସ୍ୱଭାବ 
କାହିଁକି ଲାଗୁଛି      ଦୁଃଖ ସହି ସହି 
    ଭାଙ୍ଗିଲା,ତା ମନର ଭାବ ।।

ବଦଳି ଯାଉଛି       ମଣିଷ ସ୍ୱଭାବ 
   ସେ ହୋଇଅଛି ସ୍ୱାର୍ଥ ପର 
ଜାଣି ପାରୁନାହିଁ      ନିଜର ଗୋଡ଼କୁ
    କରୁଛି ନିର୍ମମ ପ୍ରହାର    ।।

ମନ୍ଦିର ତୋଳିଲେ     ଭକ୍ତି ନମିଳଇ       
   ଭକ୍ତି ରହିଥାଏ ଅନ୍ତରେ 
କାହିଁକି ଲାଗିଛି        ଧର୍ମଯୁଧ୍ୟ ଏଠି 
    କିଏ ଦେଖିଛ  କୁହ ଥରେ ।।

ଶାସ୍ୱତ ପ୍ରେମର         ବିଲୟ ହୁଏନି 
     ଥାଏ ସେ ଅନ୍ତର ଭିତରେ 
ହଜାର ହଜାର         ପ୍ରେମର କାହାଣି 
     ଭାଙ୍ଗିଯାଏ ପଦେ କଥାରେ 

ନିଜର ସଂସୃତି        ଭୁଲିତ ଗଲେଣି 
    କହିବା ପାଇଁ ଲାଜ ଲାଗେ 
କଥାସେ ହୁଅନ୍ତି      ବିଦେଶୀ ଭାଷାରେ 
    ବିଦେଶୀ ସଂସ୍କୃତିଟା ଜାଗେ ।।

ଚୋରଙ୍କ ପ୍ରଶଂସା       ସବୁରି ମୁଖରେ 
    ଖୁସିରେ ତାକୁ କହୁଥାଏ 
ସତ୍ୟ ବଚନକୁ       ମୁଖେ ଧରିବାକୁ 
     ଭୟ କାହିଁକି ଲାଗୁଥାଏ ।।

ପଡିଲେ କଷଣ       ସିଷ୍ଟଙ୍କ ଉପରେ 
     ଦୁଷ୍ଟ  ହୁଅଇଟି ନିବାରଣ 
ଏପରି ବିଚାର      କାହିଁକି ହୋଇଲା 
   ଅକାରଣରେ  ଯାଏ ପ୍ରାଣ ।।

ମାୟା ସଂସାରରେ     ଭସାଇ ଦେଇକି 
     ତୁ ଦେଖୁ ସବୁଖେଳ ପୁଣି 
କାହିଁକି ,ଏ ଲିଳା       ସଂସାରରେ କଲୁ 
    କେ ଡ଼ାକିବ କାହିଁକି ପୁଣି ।।
=====================
ସତ୍ୟରଞ୍ଜନ ସ୍ୱାଇଁ
ଅବଦଲ ପୁର. ଯାଜପୁର 

Comments

Popular posts from this blog

ମୋ ଗାଆଁ ନଈ

ମୁନୁଷ୍ ଜୀଵନ୍ . . .

ସବିତାଦୁର୍ଗ ଦ୍ଵାରା ଆଲୋକ କବିତା ଆସର