ଚୋର

***** ଚୋର *****
ଦେଖିଲେ ଚୋରକୁ        ଜାଣିତ ହୁଏନି 
     ଲାଗେ ସେତ ଭଦ୍ର ପରି 
କଥାରେ କଥାରେ       ମନ ଚୋରିକରେ 
      ବୁଝି ନ,ପାର କିପରି ।।

 ଥିଲା ସେ କେଉଁଠି      ଦେଖାହେଲା କେଵେ 
     ଲାଗେ ସେ କାହାଣୀ ପରି 
ଅଳପ ଦେଖାରେ       ଟିକିଏ ହସରେ 
    ନେଲା ମନ ଚୋରି କରି ।।

ଟଙ୍କାସୁନା ସବୁ         ମୋ ପାଖରେ ଥିଲା 
     ତାକୁ,ସେ ଛୁଇଁଲା ନାହିଁ 
ମନ ଚୋରିକରି       ନେଇଗଲା ସିଏ  
      ଝୁରି ମରେ ଏକା ମୁହିଁ ।।

ବାପା ମାଆ ମୋତେ     ଜଗିରହି ଛନ୍ତି 
    କରିଦେବେ ବାହାଘର 
ଚୋର ଘରେପଶି      ଚୋରିକଲା ମତେ 
    ଆଉ ମୁଁ ହେବି କାହାର ।।

ଏମିତି ଚୋରକୁ        ଦୂରରୁ ଯୁହାର 
   କେତେ ହୀନିମାନ କଲା
ସବୁକିଛି ମୋର      ଚୋରିକରି ନେଇ 
   ନିଶ୍ୱ ମତେ କରିଦେଲା ।।

ଚୋରଟି ମୋହର     ଏମିତକା ଚୋର 
    ମନକଥା ସବୁ ବୁଝେ
ନେଇଯାଉ ପଛେ     ସବୁ ଚୋରି କରି 
    କିଛି ମୋ ନରହୁ ପଛେ ।।

ସବୁକଥା ମୁହିଁ      କହିଦେବି ଖୋଲି 
    ଲୁଚାଇ କିଲାଭ ଅଛି 
ଯେତେ ଦାମିକିଆ     ତାଲା ପକାଇଲେ 
    ଚୋର ପାଖେ ଚାବି ଅଛି ।।

ଜୀବନର ସାଥି        କରିଛି  ମୁଁ ତାକୁ 
     ରହିବ ଚୋରଣୀ ହୋଇ 
ପୋଲିସି ମାମୁଁ,ଟା       ଖୋଯି ବୁଲୁଥିବ 
      ଯମାରୁ ଧରିଵ ନାହିଁ ।। 
=====================
ସତ୍ୟରଞ୍ଜନ ସ୍ୱାଇଁ
ଅବଦଲ ପୁର. ଯାଜପୁର 

Comments

Popular posts from this blog

ମୋ ଗାଆଁ ନଈ

ମୁନୁଷ୍ ଜୀଵନ୍ . . .

ସବିତାଦୁର୍ଗ ଦ୍ଵାରା ଆଲୋକ କବିତା ଆସର