ସତ୍ୟାମୃତ କୁମ୍ଭ. . .

*ସତ୍ୟାମୃତ କୁମ୍ଭ*

ସତ୍ୟ ର ଆଶ୍ରୟ    ପ୍ରିୟରେ ଅପ୍ରିୟ,
       ସେ ତ ନିମ ପରି ପିତା ।
ଆଗ୍ରହ ସ୍ଵଗୃହ        ମିଳନ  ନିଳୟ ,
       ଉଚିତ     ପଥ ର ଚିନ୍ତା।

କଟିଯାଉ  ଶିର    ଫାଟିଯାଉ ମଥା,
       ସତ୍ୟର ପ୍ରକାଶ କରି।
ସ୍ଵାର୍ଥର ବଳି ରେ ଆତ୍ମ ବିଲୋକନ,
      ସଂଘର୍ଷ ପଥରେ ଚରି।

ଏଇ ଉଦ୍ ଘୋଷ    ଉତ୍ସାହ ବର୍ଦ୍ଧକ,
      ଆଶା ଆକାଶରେ ଦେଖି।
ସରିନି ସାରିନି     ସତ୍ୟାମୃତ କୁମ୍ଭ,
    ହୃଦୟେରେ ନେବା ଚାଖି।

©️ ସେବକ ବସନ୍ତ କୁମାର ମହାପାତ୍ର।

Comments

Post a Comment

Popular posts from this blog

ମୋ ଗାଆଁ ନଈ

ମୁନୁଷ୍ ଜୀଵନ୍ . . .

ସବିତାଦୁର୍ଗ ଦ୍ଵାରା ଆଲୋକ କବିତା ଆସର