ସତ୍ୟାମୃତ କୁମ୍ଭ. . .
*ସତ୍ୟାମୃତ କୁମ୍ଭ*
ସତ୍ୟ ର ଆଶ୍ରୟ ପ୍ରିୟରେ ଅପ୍ରିୟ,
ସେ ତ ନିମ ପରି ପିତା ।
ଆଗ୍ରହ ସ୍ଵଗୃହ ମିଳନ ନିଳୟ ,
ଉଚିତ ପଥ ର ଚିନ୍ତା।
କଟିଯାଉ ଶିର ଫାଟିଯାଉ ମଥା,
ସତ୍ୟର ପ୍ରକାଶ କରି।
ସ୍ଵାର୍ଥର ବଳି ରେ ଆତ୍ମ ବିଲୋକନ,
ସଂଘର୍ଷ ପଥରେ ଚରି।
ଏଇ ଉଦ୍ ଘୋଷ ଉତ୍ସାହ ବର୍ଦ୍ଧକ,
ଆଶା ଆକାଶରେ ଦେଖି।
ସରିନି ସାରିନି ସତ୍ୟାମୃତ କୁମ୍ଭ,
ହୃଦୟେରେ ନେବା ଚାଖି।
©️ ସେବକ ବସନ୍ତ କୁମାର ମହାପାତ୍ର।
Very nice
ReplyDelete