ଲଣ୍ଠନ...
***** ଲଣ୍ଠନ ***** ଲଣ୍ଠନ ଜଳୁଛି ଦପ୍ ଦପ୍ ଲିଭିବାକୁ ଦେବିନି କେବେ କିରୋସିନି ଦେଇ ଜାଳୁଥିବି ସବୁବେଳେ l ଜାଳୁଥିବି ମୁଁ ଜାଳୁଥିବି କିରୋସିନି ଦେଇ ଜାଳୁଥିବି କାହିଁକି ଜାଣ ? ଲଣ୍ଠନ ଜଳୁଛି ଘରେ ଉଜ୍ୱଳ କରୁଛି ନାହିଁ ତା ମନେ ଛନ୍ଦ କପଟ କାହାକୁ ଆଲୋକ ଦେଇ କାହାକୁ ଅନ୍ଧାର କରିବ କିଏ କଣ କହିଲା ନାହିଁ ମନେ ଦ୍ଵନ୍ଦ୍ଵ l ଚୁପ୍ ଚାପ୍ ଜଳୁଛି ନ ରଖି ମନେ ଭୟ ଆସିଲେ ପବନ ଲିଭିନି ପୁଣି ସାହସୀ ହୋଇ ଠିଆ ହୋଇଛି ସିଏ l ସଳିତା ଟିକେ କିରୋସିନି ବୁନ୍ଦେ ଏତିକିରେ ଉଜାଲା କରୁଛି ସିଏ ଅଛି ଆମ ପାଖେ ହାତ ଗୋଡ ଆଖି କାନ ବୁଝିବାର ଶକ୍ତି ହେଲେ ଆମେ ଅହଙ୍କାର ଗର୍ବେ କପଟେ ଦେଉଛୁ ସମସ୍ତଙ୍କୁ ଛାଡି ନ ପାରୁଛୁ କିଛି ଉନ୍ନତି କରି ସ୍ନେହ ମମତାରେ ନିଜର କରି l ✍️ଡିଲେଶ୍ୱରୀ ମେହର ବିଜେପୁର, ବରଗଡ଼