ଲଣ୍ଠନ...
***** ଲଣ୍ଠନ *****
ଲଣ୍ଠନ ଜଳୁଛି ଦପ୍ ଦପ୍
ଲିଭିବାକୁ ଦେବିନି କେବେ
କିରୋସିନି ଦେଇ
ଜାଳୁଥିବି ସବୁବେଳେ l
ଜାଳୁଥିବି ମୁଁ ଜାଳୁଥିବି
କିରୋସିନି ଦେଇ ଜାଳୁଥିବି
ଲଣ୍ଠନ ଜଳୁଛି
ଘରେ ଉଜ୍ୱଳ କରୁଛି
ନାହିଁ ତା ମନେ ଛନ୍ଦ କପଟ
କାହାକୁ ଆଲୋକ ଦେଇ
କାହାକୁ ଅନ୍ଧାର କରିବ
କିଏ କଣ କହିଲା
ନାହିଁ ମନେ ଦ୍ଵନ୍ଦ୍ଵ l
ଚୁପ୍ ଚାପ୍ ଜଳୁଛି
ନ ରଖି ମନେ ଭୟ
ଆସିଲେ ପବନ ଲିଭିନି
ପୁଣି ସାହସୀ ହୋଇ
ଠିଆ ହୋଇଛି ସିଏ l
ସଳିତା ଟିକେ କିରୋସିନି ବୁନ୍ଦେ
ଏତିକିରେ ଉଜାଲା କରୁଛି ସିଏ
ଅଛି ଆମ ପାଖେ ହାତ ଗୋଡ
ଆଖି କାନ ବୁଝିବାର ଶକ୍ତି
ହେଲେ ଆମେ ଅହଙ୍କାର ଗର୍ବେ
କପଟେ ଦେଉଛୁ ସମସ୍ତଙ୍କୁ ଛାଡି
ନ ପାରୁଛୁ କିଛି ଉନ୍ନତି କରି
ସ୍ନେହ ମମତାରେ ନିଜର କରି l
✍️ଡିଲେଶ୍ୱରୀ ମେହର
ବିଜେପୁର, ବରଗଡ଼
Comments
Post a Comment