ନିଖୋଜ ହୃଦୟ. . .
ନିଖୋଜ ହୃଦୟ
----------------
ପହିଲି ବସନ୍ତେ ପହିଲି ପହରେ ଯେବେ ମୁ ତତେ ଦେଖିଲି
ସେଇଦିନଠୁ ମୁ ପ୍ରେମରେ ପଡ଼ିଲି
ଦେଇଥିଲୁ କଥା ହେବୁ ସାଥୀ ମୋର
ହୃଦୟୁ ମୁ ଭଲ ପାଇଲି
ଭଲ ପାଇଲି ବୋଲି ତ ହୃଦୟ ଦେଲି
କାହିଁକି କେଜାଣି କାଳବୈଶାଖି ଆସିଲା
ସେଇ ଝଡେ ତୁ ହଜିଗଲୁ ପ୍ରିୟା ହୃଦୟ ମୋ ହଜିଗଲା ।
ପୁଅ ପଚାରୁଚି ମୋତେ ବାପା ତମ ହୃଦୟ କୁଆଡେ ଗଲା ।
ମୁଁ ପଚାରିଲି ତାକୁ ତତେ କିଏ ଏକଥା କହିଲା
ପୁଅ କହେ ମୁରୁକି ହସି ମା ମତେ ଏକଥା କହିଲା ।
ଆଜିଠୁ ବାଇଶ ବରଷ ତଳେ ତମ ହୃଦୟ ହଜିଗଲା ।
ପୁଅ କଥା ଶୁଣି ସେ କଥା ମନେ ପଡ଼ିଲା
ପୁଅ କହେ ବାପା ଚାଲ ତମ ହୃଦୟ ଖୋଜିବା ଭଲା ।
ଅଭିନବ ପଟ୍ଟନାୟକ ,ବୌଦ୍ଧ
Comments
Post a Comment