**ଅହଂତ୍ବ (2)**
*******ଅହଂତ୍ବ (2)*******
***********
ମୁହଁ ଖୋଲି ଦିନେ
କହିଲି ଗୁରୁଙ୍କୁ
"ବିଚିତ୍ର ଦୁନିଆଁ ଇଏ
ମନ୍ଦିରଟିଏ ମୁଁ
ଗଢିଲି ଗାଆଁରେ
କିଛି ଦେଇ ନାହିଁ କିଏ।
ଗାଆଁ ଲୋକେ ଏଠି
ମୋତେ ପଚାରନ୍ତି
ଯେବେ ବି କରନ୍ତି ଯାହା
ମୋହ ଠାରୁ କିଛି
ସାହାଯ୍ଯ ନେବାକୁ
ଖୋଜୁଥାନ୍ତି ସିଏ ରାହା।
ମନ୍ଦିରର କାମ
ସରିଗଲା ଏବେ
ଠାକୁର ପାଆନ୍ତି ପୂଜା
କେଉଁଥିରେ କିଛି
ମୋଅ ନାଆଁ ନାହିଁ
ଗାଆଁ ଲୋକେ ଏବେ ରାଜା।
ହସି ଦେଇ ଗୁରୁ
କହିଥିଲେ ମୋତେ
"ଠାକୁରଂକ ଇଏ କାମ
ତୁ କାହିଁ ଭାବୁଛୁ
ତୁ କରିଛୁ ବୋଲି
ରହିବ ତୋହର ନାମ???
ନିଜ କାମ ନିଜେ
ଠାକୁର କରିଲେ
ତୋ ହାତରେ ଦେଇ ଅର୍ଥ
ଭାବି ନେଲୁ ତୁହି
ଏହି କାର୍ଯ୍ଯେ ତୋର
ପ୍ରତିପତ୍ତି ଆଉ ସ୍ବାର୍ଥ।"
" ମୋହ ପଇସାରେ
ମୁଉଁ କରିଥିଲି
ଆଉ କହିବୁନି କେବେ
କହିବୁ କେବେ ବି
କିଛି କରି ନାହିଁ
ଯିଏ ପଚାରିବ ଯେବେ। "
*****************
ଅକ୍ଷୟ ମହାନ୍ତି। ନିର୍ମାଲ୍ଯ
ମୋ ନଂ 9937462507
Comments
Post a Comment