କଣ ଲେଖିବି??
କଣ ଲେଖିବି ?
ନିର୍ମଳ ନାୟକ
(କବିତା )
**********
କାଶ୍ମୀର ଠୁଁ କନ୍ୟାକୁମାରୀ ଯାଏ..
ଗୁଜୁରାଟ ଠୁଁ ଆସାମ ସୀମା ଯାଏ..
ଉତୁଙ୍ଗ ହିମାଳୟ ଠୁଁ ହିନ୍ଦ ସାଗର ଯାଏ..
ବଙ୍ଗୋପ ସାଗର ଠୁଁ ଆରବ ସାଗର ଯାଏ..
ମୋ ଜନ୍ମଭୂମି,କର୍ମ ଭୂମି,ମୋ ମାତୃଭୂମି !!
ଆମ୍ଭେ ଭାରତ ମାତା ର ଅମୃତ ସନ୍ତାନ...
ସଭିଏଁ ନିଜ ନିଜ କାର୍ଯ୍ୟ ରେ ଅତି ମଗ୍ନ..
ଚାଲ ସମସ୍ତେ ମିଶି ମାତୃଭୂମି କରି ନମନ..
ତାଙ୍କ ସେବାରେ ଜୀବନ ଦେଇ ବଳିଦାନ..
ସମାଜରେ ଦରକାର ଜରୁରୀ ପରିବର୍ତ୍ତନ !!
ଦୀନ, ଦରିଦ୍ର, ଜନ ଙ୍କ ସେବାରେ ଦିଅ ମନ..
ଜନ ସେବା ହିଁ ଈଶ୍ୱରଙ୍କ ସେବା ରହେ ଧ୍ୟାନ..
ମା ଙ୍କ ଚରଣେ ଉତ୍ସର୍ଗୀକୃତ ତନୁ, ମନ, ଧନ..
ସର୍ବ ଅସାମାଜିକ ତତ୍ୱଙ୍କ ହେଉ ମୂଳ ଉତ୍ପାଟନ..
ସୁଖ,ଶାନ୍ତି,ପୁର୍ଣ ହେଉ ଦେଶରେ ଏହି ସପନ !!
ହିଂସା, ଦ୍ୱେଷ, ପରଶ୍ରୀକାତର, ଦେଶୁ ଦୂର ହେଉ..
ସୁନା ର ଭାରତ ମୋର ଏହିପରି ସଦା ହସୁଥାଉ..
ଶାନ୍ତି, ମୈତ୍ରୀ, ପ୍ରୀତି ର କପୋତ ସଦା ଉଡୁଥାଉ..
ଦୁଃଖ,ଅଭାବ, ଅନାଟନ, ଦେଶୁ କୋଷେ ଦୂରଯାଉ..
ଉର୍ନତି,ପ୍ରଗତି,ମାତୃଭୂମି ମାଆ ର ମୂଳ ମନ୍ତ୍ରହେଉ !!
ଦୁନିଆରେ ମୋ ଦେଶର ନା ସର୍ବାଗ୍ରେ ରହିଥାଉ...
ସୁରକ୍ଷିତ ଦେଶବାସୀ ମୁଖେ ସଦା ହସ ଫୁଟୁଥାଉ..
କୃପା ସିନ୍ଧୁ କୃପା କରେ ସଭିଙ୍କ ପ୍ରାଣ ଖୁସିମୟ ହେଉ
ମୋର ଏହି ଆଲେଖ୍ୟ ସର୍ବ ଜନାଦୃତ, ସାକାର ହେଉ
କଣ ଲେଖିବି?ଭାବନା ଦେଶ ପାଇଁ ଫଳପ୍ରଦ ହେଉ !!
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
Comments
Post a Comment