ବାପା ହେ. . . .
*ହୃଦୟସ୍ପର୍ଶୀ କଥା ଟିଏ*
*ବାପା ହେ....
ଦାଶ ବାବୁ
ନିଜ ପରିବାର ଫୋଟ ଟିଏ ବନ୍ଧେଇ ଆଣି
ଘର କାନ୍ଥରେ ମାରିଲେ
ଯେଉଁ ଥିରେ
ଦାଶବାବୁ,, ସ୍ତ୍ରୀ,ପୁଅ,ଓ ଝିଅ ର ଫୋଟ ଥିଲା
ଘରେ ସମସ୍ତେ ଫୋଟ ଟିକୁ ଦେଖି
ଖୁସିହେଲେ...
ହଠାତ ପୁଅ ପ୍ରଶ୍ନ ଟିଏ କଲା
ବାପା
ଏ ଫୋଟରେ
ଜେଜେବାପା ଓ ଜେଜି ମାଆ କାହିଁକି ନାହାଁନ୍ତି ...?
ଦାଶବାବୁ ପୁଅକୁ ବୁଝେଇ କହିଲେ
ଆରେ ପାଗଳ ଏଇଟା ପରା
ଆମ ପରିବାରର ଫୋଟ....
ପୁଅ ବାପାଙ୍କୁ କହିଲା
ଭଲ ହେଲା ବାପା ମୋତେ ବୁଝେଇ ଦେଲ
ମୁଁ ଯାହା ଜାଣି ନଥିଲି
ଠିକ ଅଛି ବାପା ମନେରଖ
ମୁଁ ବଡ଼ ହେଲେ ଜମା ବାହା ହେବିନାହିଁ
ବୁଢା ହୋଇ ମରିଯିବି ପଛେ
ଦାଶବାବୁ ଆଶ୍ଚର୍ଯ୍ୟ ହୋଇଗଲେ
ପୁଅକୁ କହିଲେ
ଆରେ ବାପ
ଏ ଫୋଟ ସହିତ ତୋର ବାହାଘର କଣ ସମ୍ପର୍କ...
ବଡ଼ ହେଲେ ବାହା ହେବୁନାହିଁ କହୁଛୁ
ପୁଅ କହିଲା
ବାପା
ମୁଁ ମୋ ବାପା ମାଆଙ୍କୁ ବହୁତ ଭଲ ପାଏ
ବାପା ମାଆ ମୋ ପାଇଁ ସବୁକିଛି
ଯେଉଁ ପରିବାର ରେ
ବାପା ମାଆ ଙ୍କର ସ୍ଥାନ ନାହିଁ
ମୋତେ ସେମିତି ପରିବାର ଲୋଡାନାହିଁ
ମୁଁ ବଡ଼ ହୋଇ ବାହାହେଲେ
ମୋର ବି ଗୋଟେ ପରିବାର ହେଇଯିବ
ଆଉ
ସେ ପରିବାର ରେ
ତୁମର ସ୍ଥାନ ନଥିବ
ଏଇ ଯେମିତି ତୁମ ପରିବାରରେ
ତୁମ ବାପା ମାଆ ଙ୍କରସ୍ଥାନ ନାହିଁ
ଦାଶବାବୁ ପୁଅର କଥା ଶୁଣି
ଏକ ହରାହୁଆ ସୈନିକ ଭଳି ଛିଡା ହୋଇଥିଲେ......
*ଜୟପୁର, କୋରାପୁଟ......* ନିରଞ୍ଜନ ସାହୁ
Comments
Post a Comment