ସବିତାଦୁର୍ଗ ଦ୍ଵାରା ଆଲୋକ କବିତା ଆସର

ପବିତ୍ର ଆଲୋକ ପର୍ବରେ ଅନଲାଇନ୍ କବିତା ଆସର ପରିବାର, ସବିତାଦୁର୍ଗ ତରଫରୁ ସ୍ୱତନ୍ତ୍ର ଆଲୋକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ବିପିନ୍ ବିହାରୀ ଦଳେଇଙ୍କ ସଭାପତିତ୍ଵରେ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋକର ପର୍ବ ଦୀପାବଳୀ ଉପରେ ସୂକ୍ଷ୍ମ ଆଲୋଚନା ଚକ୍ର ଓ ପରେ ବିଭିନ୍ନ ପ୍ରାନ୍ତ ଓ ପ୍ରଦେଶରୁ ଯୋଗଦେଇଥିବା କବି କବୟିତ୍ରୀମାନେ କବିତା ଆବୃତ୍ତି କରିଥିଲେ । ଶିକ୍ଷକ ଧନେଶ୍ୱର ମଣ୍ଡଳ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ସୁଦୂର ହାଇଦ୍ରାବାଦର ସମ୍ଭାବନା ପତ୍ରିକାର ସମ୍ପାଦିକା ଶ୍ରୀମତୀ ରାଜଶ୍ରୀ ବେହେରା କାର୍ଯ୍ୟକ୍ରମକୁ ସଫଳଭାବେ ସଂଯୋଜନା କରିଥିଲେ । ଆବାହକ ଅଭିନବ ପଟ୍ଟନାୟକ ପୂର୍ଣ୍ଣ ସହଯୋଗ କରିଥିଲେ । ବିଭିନ୍ନ ରାଜ୍ୟରୁ କବି ଓ କବୟିତ୍ରୀଙ୍କ ଯୋଗଦାନ ଆସରର ଶୋଭା ବୃଦ୍ଧି କରିଥିଲା । ସବିତାଦୁର୍ଗର ସଂଚାଳକ ଶ୍ରୀମାନ୍ ସୁଦୀପ୍ତ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

Comments

Popular posts from this blog

ମୋ ଗାଆଁ ନଈ

ମୁନୁଷ୍ ଜୀଵନ୍ . . .